ଦିତୀୟ ରାଜାବଳୀ 15 : 1 (ORV)
ଇସ୍ରାଏଲର ରାଜା ଯାରବୀୟାମ୍ଙ୍କର ଅଧିକାରର ସତାଇଶ ବର୍ଷରେ ଯିହୁଦାର ରାଜା ଅମତ୍ସୀୟଙ୍କର ପୁତ୍ର ଅସରୀୟ ରାଜ୍ୟ କରିବାକୁ ଆରମ୍ଭ କଲେ ।
ଦିତୀୟ ରାଜାବଳୀ 15 : 2 (ORV)
ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଷୋଳ ବର୍ଷ ବୟସ୍କ ହୋଇଥିଲେ; ଆଉ ସେ ଯିରୂଶାଲମରେ ବାଆନ ବର୍ଷ ରାଜ୍ୟ କଲେ; ତାଙ୍କ ମାତାଙ୍କର ନାମ ଯିଖଲୀୟା, ସେ ଯିରୂଶାଲମ ନିବାସିନୀ ଥିଲେ ।
ଦିତୀୟ ରାଜାବଳୀ 15 : 3 (ORV)
ପୁଣି ସେ ଆପଣା ପିତା ଅମତ୍ସୀୟଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ।
ଦିତୀୟ ରାଜାବଳୀ 15 : 4 (ORV)
ତଥାପି ଉଚ୍ଚସ୍ଥଳୀମାନ ଦୂରୀକୃତ ହେଲା ନାହିଁ; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ଵଳାଇଲେ ।
ଦିତୀୟ ରାଜାବଳୀ 15 : 5 (ORV)
ପୁଣି ସଦାପ୍ରଭୁ ରାଜାଙ୍କୁ ଆଘାତ କଲେ, ତହିଁରେ ସେ ଆପଣା ମରଣ ଦିନ ପର୍ଯ୍ୟନ୍ତ କୁଷ୍ଠୀ ହୋଇ ଏକ ପୃଥକ୍ ଗୃହରେ ବାସ କଲେ । ଆଉ ରାଜାଙ୍କର ପୁତ୍ର ଯୋଥମ୍ ଗୃହର କର୍ତ୍ତା ହୋଇ ଦେଶସ୍ଥ ଲୋକମାନଙ୍କର ବିଚାର କଲେ ।
ଦିତୀୟ ରାଜାବଳୀ 15 : 6 (ORV)
ଏହି ଅସରୀୟଙ୍କର ଅବଶିଷ୍ଟ ବୃତ୍ତା; ଓ ତାଙ୍କର ସମସ୍ତ କ୍ରିୟା କʼଣ ଯିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
ଦିତୀୟ ରାଜାବଳୀ 15 : 7 (ORV)
ଅନନ୍ତର ଅସରୀୟ ଆପଣା ପିତୃଗଣ ସହିତ ଶୟନ କଲେ; ତହିଁରେ ଲୋକମାନେ ତାଙ୍କୁ ଦାଉଦ-ନଗରରେ ତାଙ୍କର ପିତୃଗଣ ସହିତ କବର ଦେଲେ; ତହୁଁ ତାଙ୍କର ପୁତ୍ର ଯୋଥମ୍ ତାଙ୍କର ପଦରେ ରାଜ୍ୟ କଲେ ।
ଦିତୀୟ ରାଜାବଳୀ 15 : 8 (ORV)
ଯିହୁଦାର ରାଜା ଅସରୀୟଙ୍କର ଅଧିକାରର ଅଠତିରିଶ ବର୍ଷରେ ଯାରବୀୟାମ୍ଙ୍କ ପୁତ୍ର ଜିଖରୀୟ ଶମରୀୟାରେ ଇସ୍ରାଏଲ ଉପରେ ଛଅ ମାସ ରାଜ୍ୟ କଲେ ।
ଦିତୀୟ ରାଜାବଳୀ 15 : 9 (ORV)
ପୁଣି ସେ ଆପଣା ପୂର୍ବପୁରୁଷମାନଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ୍ ଯଦ୍ଦ୍ଵାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ ।
ଦିତୀୟ ରାଜାବଳୀ 15 : 10 (ORV)
ଆଉ ଯାବେଶ୍ଙ୍କର ପୁତ୍ର ଶଲ୍ଲୁମ୍ ତାଙ୍କ ବିରୁଦ୍ଧରେ ଚକ୍ରା; କରି ଓ ଲୋକମାନଙ୍କ ସମ୍ମୁଖରେ ତାଙ୍କୁ ଆଘାତ କରି ବଧ କଲେ ଓ ତାଙ୍କର ପଦରେ ରାଜ୍ୟ କଲେ ।
ଦିତୀୟ ରାଜାବଳୀ 15 : 11 (ORV)
ଏହି ଜିଖରୀୟଙ୍କ ଅବଶିଷ୍ଟ ବୃତ୍ତା; ଇସ୍ରାଏଲ-ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି ।
ଦିତୀୟ ରାଜାବଳୀ 15 : 12 (ORV)
ସଦାପ୍ରଭୁ ଯେହୂଙ୍କୁ ଏହି କଥା କହିଥିଲେ, ଯଥା, ତୁମ୍ଭ ପୁତ୍ରମାନେ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବେ । ଆଉ ସେହିପରି ହେଲା ।
ଦିତୀୟ ରାଜାବଳୀ 15 : 13 (ORV)
ଯିହୁଦାର ରାଜା ଉଷୀୟଙ୍କର ଅଧିକାରର ଅଣଚାଳିଶ ବର୍ଷରେ ଯାବେଶଙ୍କର ପୁତ୍ର ଶଲ୍ଲୁମ୍ ରାଜ୍ୟ କରିବାକୁ ଆରମ୍ଭ କଲେ; ଆଉ ସେ ଶମରୀୟାରେ ଏକ ମାସ କାଳ ରାଜ୍ୟ କଲେ ।
ଦିତୀୟ ରାଜାବଳୀ 15 : 14 (ORV)
ଆଉ ଗାଦିର ପୁତ୍ର ମନହେମ୍ ତିର୍ସାରୁ ଯାଇ ଶମରୀୟାରେ ଉପସ୍ଥିତ ହେଲେ ଓ ଯାବେଶଙ୍କର ପୁତ୍ର ଶଲ୍ଲୁମଙ୍କୁ ଶମରୀୟାରେ ଆଘାତ କରି ବଧ କଲେ, ପୁଣି ତାଙ୍କ ପଦରେ ରାଜ୍ୟ କଲେ ।
ଦିତୀୟ ରାଜାବଳୀ 15 : 15 (ORV)
ଏହି ଶଲ୍ଲୁମଙ୍କର ଅବଶିଷ୍ଟ ବୃତ୍ତା; ଓ ତାଙ୍କର କୃତ ଚକ୍ରା; ଇସ୍ରାଏଲ-ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି ।
ଦିତୀୟ ରାଜାବଳୀ 15 : 16 (ORV)
ଏଥିଉତ୍ତାରେ ମନହେମ୍ ତିପ୍ସହ ଓ ତନ୍ମଧ୍ୟବର୍ତ୍ତୀ ସମସ୍ତଙ୍କୁ, ପୁଣି ତିର୍ସାଠାରୁ ତିପ୍ସହର ସମସ୍ତ ଅଞ୍ଚଳକୁ ଆଘାତ କଲେ; ଲୋକମାନେ ତାଙ୍କ ପାଇଁ ନଗର ମୁକ୍ତ ନ କରିବାରୁ ସେ ତାହା ଆଘାତ କଲେ; ପୁଣି ତନ୍ମଧ୍ୟବର୍ତ୍ତିନୀ ଗର୍ଭବତୀ ସ୍ତ୍ରୀ ସମସ୍ତଙ୍କର ଉଦର ବିଦୀର୍ଣ୍ଣ କଲେ ।
ଦିତୀୟ ରାଜାବଳୀ 15 : 17 (ORV)
ଯିହୁଦାର ରାଜା ଅସରୀୟଙ୍କର ଅଧିକାରର ଅଣଚାଳିଶ ବର୍ଷରେ ଗାଦିର ପୁତ୍ର ମନହେମ୍ ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ଶମରୀୟାରେ ଦଶ ବର୍ଷ ରାଜ୍ୟ କଲେ ।
ଦିତୀୟ ରାଜାବଳୀ 15 : 18 (ORV)
ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ୍ ଯଦ୍ଦ୍ଵାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ଆପଣାର ଯାବଜ୍ଜୀବନ ବିମୁଖ ହେଲେ ନାହିଁ ।
ଦିତୀୟ ରାଜାବଳୀ 15 : 19 (ORV)
ଅଶୂରର ରାଜା ପୂଲ୍ ଦେଶର ପ୍ରତିକୂଳରେ ଆସନ୍ତେ, ମନହେମ୍ ଆପଣା ହସ୍ତରେ ରାଜ୍ୟ ଦୃଢ଼ କରିବା ପାଇଁ ଯେପରି ପୂଲ୍ର ହସ୍ତ ତାଙ୍କର ସହାୟ ହେବ, ଏଥିପାଇଁ ସେ ତାହାକୁ ଏକ ସହସ୍ର ତାଳ; ରୂପା ଦେଲେ ।
ଦିତୀୟ ରାଜାବଳୀ 15 : 20 (ORV)
ପୁଣି ମନହେମ୍ ଏହି ମୁଦ୍ରା ଇସ୍ରାଏଲ ମଧ୍ୟରୁ ଆଦାୟ କଲେ, ଅର୍ଥାତ୍, ଅଶୂରର ରାଜାକୁ ଦେବା ପାଇଁ ସମଗ୍ର ଧନଶାଳୀ ଲୋକଙ୍କର ପ୍ରତିଜଣଠାରୁ ପଚାଶ ଶେକଲ ଲେଖାଏଁ ରୂପା ନେଲେ, ତହିଁରେ ଅଶୂରର ରାଜା ଫେରିଗଲା ଓ ଦେଶର ସେସ୍ଥାନରେ ରହିଲା ନାହିଁ ।
ଦିତୀୟ ରାଜାବଳୀ 15 : 21 (ORV)
ଏହି ମନହେମ୍ଙ୍କର ଅବଶିଷ୍ଟ ବୃତ୍ତା; ଓ ତାଙ୍କର ସମସ୍ତ କ୍ରିୟା କʼଣ ଇସ୍ରାଏଲ-ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
ଦିତୀୟ ରାଜାବଳୀ 15 : 22 (ORV)
ଅନନ୍ତର ମନହେମ୍ ଆପଣା ପିତୃଲୋକଙ୍କ ସହିତ ଶୟନ କଲେ; ତହୁଁ ତାଙ୍କର ପୁତ୍ର ପକହୀୟ ତାଙ୍କ ପଦରେ ରାଜ୍ୟ କଲେ ।
ଦିତୀୟ ରାଜାବଳୀ 15 : 23 (ORV)
ଯିହୁଦାର ରାଜା ଅସରୀୟଙ୍କର ଅଧିକାରର ପଚାଶ ବର୍ଷରେ ମନହେମ୍ଙ୍କର ପୁତ୍ର ପକହୀୟ ଶମରୀୟାରେ ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜ୍ୟ କଲେ ।
ଦିତୀୟ ରାଜାବଳୀ 15 : 24 (ORV)
ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ୍ ଯଦ୍ଦ୍ଵାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ ।
ଦିତୀୟ ରାଜାବଳୀ 15 : 25 (ORV)
ଆଉ ରମଲୀୟଙ୍କର ପୁତ୍ର ପେକହ ନାମକ ତାଙ୍କର ସେନାପତି ତାଙ୍କ ବିରୁଦ୍ଧରେ ଚକ୍ରା; କରି ତାଙ୍କୁ ଓ ତାଙ୍କ ସଙ୍ଗେ ଅର୍ଗୋବ ଓ ଅରୀୟିକୁ ଶମରୀୟାସ୍ଥ ରାଜଗୃହର ଦୁର୍ଗରେ ଆଘାତ କଲେ; ପୁଣି ତାଙ୍କ ସଙ୍ଗେ ପଚାଶ ଜଣ ଗିଲୀୟଦୀୟ ଲୋକ ଥିଲେ; ଆଉ ସେ ତାଙ୍କୁ ବଧ କରି ତାଙ୍କ ପଦରେ ରାଜ୍ୟ କଲେ ।
ଦିତୀୟ ରାଜାବଳୀ 15 : 26 (ORV)
ଏହି ପକହୀୟଙ୍କର ଅବଶିଷ୍ଟ ବୃତ୍ତା; ଓ ତାଙ୍କର ସମସ୍ତ କ୍ରିୟା ଇସ୍ରାଏଲ-ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି ।
ଦିତୀୟ ରାଜାବଳୀ 15 : 27 (ORV)
ଯିହୁଦାର ରାଜା ଅସରୀୟଙ୍କର ଅଧିକାରର ବାଆନ ବର୍ଷରେ ରମଲୀୟଙ୍କର ପୁତ୍ର ପେକହ ଶମରୀୟାରେ ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି କୋଡ଼ିଏ ବର୍ଷ ରାଜ୍ୟ କଲେ ।
ଦିତୀୟ ରାଜାବଳୀ 15 : 28 (ORV)
ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ୍ ଯଦ୍ଦ୍ଵାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହିସବୁ ପାପରୁ ସେ ବିମୁଖ ହେଲେ ନାହିଁ ।
ଦିତୀୟ ରାଜାବଳୀ 15 : 29 (ORV)
ଇସ୍ରାଏଲର ରାଜା ପେକହଙ୍କର ସମୟରେ ଅଶୂରର ରାଜା ତିଗ୍ଲାତ୍-ପିଲେସର୍ ଆସି ଇୟୋନ୍ ଓ ଆବେଲ୍-ବୈଥ୍ମାଖା ଓ ଯାନୋହ ଓ କେଦଶ ଓ ହାତ୍ସୋର ଓ ଗିଲୀୟଦ୍ ଓ ଗାଲିଲୀ ଓ ସମୁଦାୟ ନପ୍ତାଲି ଦେଶ ହସ୍ତଗତ କଲା; ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନେଇଗଲା ।
ଦିତୀୟ ରାଜାବଳୀ 15 : 30 (ORV)
ଏଉତ୍ତାରେ ଏଲାଙ୍କର ପୁତ୍ର ହୋଶେୟ ରମଲୀୟଙ୍କର ପୁତ୍ର ପେକହଙ୍କ ବିରୁଦ୍ଧରେ ଚକ୍ରା; କଲେ ଓ ସେ ତାଙ୍କୁ ଆଘାତ କରି ବଧ କଲେ, ପୁଣି ଉଷୀୟଙ୍କର ପୁତ୍ର ଯୋଥମ୍ଙ୍କର ଅଧିକାରର କୋଡ଼ିଏ ବର୍ଷରେ ସେ ପେକହଙ୍କ ପଦରେ ରାଜ୍ୟ କଲେ ।
ଦିତୀୟ ରାଜାବଳୀ 15 : 31 (ORV)
ଏହି ପେକହଙ୍କର ଅବଶିଷ୍ଟ ବୃତ୍ତା; ଓ ତାଙ୍କର ସମସ୍ତ କ୍ରିୟା ଇସ୍ରାଏଲର ରାଜାମାନଙ୍କର ଇତିହାସ ପୁସ୍ତକରେ ଲିଖିତ ଅଛି ।
ଦିତୀୟ ରାଜାବଳୀ 15 : 32 (ORV)
ଇସ୍ରାଏଲର ରାଜା ରମଲୀୟଙ୍କର ପୁତ୍ର ପେକହଙ୍କର ଅଧିକାରର ଦ୍ଵିତୀୟ ବର୍ଷରେ ଯିହୁଦାର ରାଜା ଉଷୀୟଙ୍କର ପୁତ୍ର ଯୋଥମ୍ ରାଜ୍ୟ କରିବାକୁ ଆରମ୍ଭ କଲେ ।
ଦିତୀୟ ରାଜାବଳୀ 15 : 33 (ORV)
ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ; ଆଉ ତାଙ୍କ ମାତାଙ୍କର ନାମ ଯିରୁଶା, ସେ ସାଦୋକର କନ୍ୟା ଥିଲେ ।
ଦିତୀୟ ରାଜାବଳୀ 15 : 34 (ORV)
ଯୋଥମ୍ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ; ସେ ଆପଣା ପିତା ଉଷୀୟଙ୍କର ସମସ୍ତ କ୍ରିୟାନୁସାରେ କର୍ମ କଲେ ।
ଦିତୀୟ ରାଜାବଳୀ 15 : 35 (ORV)
ତଥାପି ଉଚ୍ଚସ୍ଥଳୀମାନ ଦୂରୀକୃତ ହେଲା ନାହିଁ; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜ୍ଵଳାଇଲେ । ସେ ସଦାପ୍ରଭୁଙ୍କ ଗୃହର ଉପର-ଦ୍ଵାର ଦୃଢ଼ କଲେ ।
ଦିତୀୟ ରାଜାବଳୀ 15 : 36 (ORV)
ଏହି ଯୋଥମ୍ଙ୍କର ଅବଶିଷ୍ଟ ବୃତ୍ତା; ଓ ତାଙ୍କର ସମସ୍ତ କ୍ରିୟା କʼଣ ଯିହୁଦା-ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
ଦିତୀୟ ରାଜାବଳୀ 15 : 37 (ORV)
ସେସମୟରେ ସଦାପ୍ରଭୁ ଅରାମର ରାଜା ରତ୍ସୀନକୁ ଓ ରମଲୀୟଙ୍କର ପୁତ୍ର ପେକହଙ୍କୁ ଯିହୁଦା ବିରୁଦ୍ଧରେ ପଠାଇବାକୁ ଆରମ୍ଭ କଲେ ।
ଦିତୀୟ ରାଜାବଳୀ 15 : 38 (ORV)
ଅନନ୍ତର ଯୋଥମ୍ ଆପଣା ପିତୃଗଣ ସହିତ ଶୟନ କଲେ ଓ ଆପଣା ପୂର୍ବପୁରୁଷ ଦାଉଦଙ୍କର ନଗରରେ ଆପଣା ପିତୃଗଣ ସଙ୍ଗ କବର ପାଇଲେ; ତହୁଁ ତାଙ୍କର ପୁତ୍ର ଆହସ୍ ତାଙ୍କର ପଦରେ ରାଜ୍ୟ କଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38

BG:

Opacity:

Color:


Size:


Font: